Evaluating Wikipedia article quality (Bookshelf)/or1

From Outreach Wiki
Jump to navigation Jump to search

[ଉପର ମଲାଟ][edit]

ଉଇକିପିଡ଼ିଆ ପ୍ରସଙ୍ଗର ମାନନିର୍ଣ୍ଣୟ

ଉଇକିପିଡ଼ିଆ ସାହାଯ୍ୟରେ


[ଉପକ୍ରମ][edit]

ଉଇକିପିଡ଼ିଆ ଏଯାବତ ସଙ୍କଳିତ ହୋଇଥିବା ସର୍ବବୃହତ ଜ୍ଞାନକୋଷ । ଏହା ଶତାଧିକ ଭାଷାରେ ଉପଲବ୍ଧ ।

ଅନ୍ୟସବୁ ପାରମ୍ପରିକ ଜ୍ଞାନକୋଷର ଲେଖାପଦ୍ଧତି ବଦଳରେ ଉଇକିପିଡ଼ିଆ ଖୋଲା ସମ୍ପାଦନା ପଦ୍ଧତି ବ୍ୟବହାର କରିଥାଏ । ଯେ କେହି ଏଥିରେ ଲେଖି ବା ପ୍ରସଙ୍ଗ ସମ୍ପାଦନ କରି ସିଧାସଳଖ ଭାବେ ଅବଦାନ କରିପାରିବେ, ତେଣୁ ପ୍ରସଙ୍ଗ ଗୁଡ଼ିକ ବିଭିନ୍ନ ମାନର ହୋଇଥାଏ । ଗୋଟିଏ ପ୍ରସଙ୍ଗର ମାନ ଉଚ୍ଚକୋଟିର ନା ନିମ୍ନମାନର ଜାଣିବା ଆପଣଙ୍କ ପରି ପାଠକଙ୍କ ନିମନ୍ତେ ଗୁରୁତ୍ଵପୂର୍ଣ୍ଣ ।

ଉଇକିପିଡ଼ିଆ ପ୍ରସଙ୍ଗର ମାନ ନିର୍ଣ୍ଣୟ ପଡ଼ିବା ପରେ ଆପଣ ସକ୍ଷମ ହେବେ: » ଉଇକିପିଡ଼ିଆ ପ୍ରସଙ୍ଗର କ୍ରମୋନ୍ନତି କିପରି ହୁଏ ବୁଝିବାରେ » ଗୋଟିଏ ଉଇକିପିଡ଼ିଆ ପ୍ରସଙ୍ଗର ମାନନିର୍ଣ୍ଣୟ କରିବାରେ

ଉଇକିପିଡ଼ିଆ କ'ଣ?[edit]

ଉଇକିପିଡ଼ିଆ, ବ୍ୟକ୍ତିଗତ ସାକ୍ଷାତକାର ଭଳି ପ୍ରାଥମିକ ଉତ୍ସ ନୁହେଁ କିମ୍ବା ଗବେଷଣାତ୍ମକ ନିବନ୍ଧ ଓ ଖବର କାହାଣୀ ଭଳି ଦ୍ଵିତୀୟକ ଉତ୍ସ ନୁହେଁ । ଉଇକିପିଡ଼ିଆ ଏକ ଜ୍ଞାନକୋଷ । ପ୍ରାଥମିକ ଓ ଦ୍ଵିତୀୟକ ଉତ୍ସରୁ ତଥ୍ୟଗୁଡ଼ିକୁ ସଂଗ୍ରହ କରି, ଏକତ୍ର ସଜାଇ କରି ଗୋଟିଏ ପ୍ରସଙ୍ଗ ବିଷୟରେ ସମ୍ୟକ ଧାରଣା ଦେବା ପାଇଁ ଏହା ତିଆରି କରାଯାଇଥାଏ । ଅନ୍ୟ ସମସ୍ତ ଜ୍ଞାନକୋଷ ଭଳି ଉଇକିପିଡ଼ିଆକୁ ପ୍ରାରମ୍ଭିକ ସୋପାନ ଭାବେ ବ୍ୟବହାର କରାଯିବା ଉଚିତ । ଏହା ଏକ ପ୍ରସଙ୍ଗ ବିଷୟରେ ମୋଟୋମୋଟି ଧାରଣା ଦେବାସହ ଉଚ୍ଚକୋଟିର ପ୍ରାଥମିକ ଓ ଦ୍ଵିତୀୟକ ସ୍ରୋତ ଖୋଜିବାରେ ସାହାଯ୍ୟ କରେ ।

ଉଇକିପିଡ଼ିଆ ଆପଣଙ୍କୁ ସାହାଯ୍ୟ କରେ

  • ଗୋଟିଏ ପ୍ରସଙ୍ଗ ବିଷୟରେ ମୋଟାମୋଟି ଧାରଣା ନିମନ୍ତେ
  • ଗୋଟିଏ ପ୍ରସଙ୍ଗବାବଦରେ ଅନୁମୋଦିତ ଲେଖାଗୁଡ଼ିକର ତାଲିକା ପାଇବାରେ
  • ଏକା ଧରଣରପ୍ରସଙ୍ଗ ଖୋଜିବାରେ
ଉଇକିପିଡ଼ିଆ ପ୍ରସଙ୍ଗଗୁଡ଼ିକ କିପରି ତିଆରି କରାଯାଏ?[edit]

ଉଇକିପିଡ଼ିଆର ପ୍ରସଙ୍ଗଗୁଡ଼ିକ ସମ୍ପୂର୍ଣ୍ଣଭାବେ ଥରକରେ ତିଆରି ହୁଏନାହିଁ । ପ୍ରସଙ୍ଗ ଗୁଡ଼ିକର କ୍ରମୋନ୍ନତି ଅନେକ ଅଲଗା ଅଲଗା ବ୍ୟବହାରକାରୀଙ୍କ ସହଯୋଗରେ, ଅନେକ ଥରର ସମ୍ପାଦନ ପରେ ହୋଇଥାଏ । ଜଣେ ଅବଦାନକାରୀ ପ୍ରସଙ୍ଗଟିଏ ଆରମ୍ଭ କରିଥାଇ ପାରନ୍ତି, ଅନ୍ୟ ଜଣେ ଅଧିକ ବିବରଣୀ ଯୋଡ଼ନ୍ତି, ପୁଣି ଆଉ କେହି ଲେଖାଟିର ସଜାଣିରେ ବଦଳ କରି ଏହାକୁ ଅଧିକ ପଠନ ଉପଯୋଗୀ କରନ୍ତି । କୌଣସି ଜଣେ ବ୍ୟକ୍ତିଙ୍କ "ମାଲିକାନା"ରେ ପ୍ରସଙ୍ଗ ନଥାଏ, ଏହା ବହୁତ ଲୋକଙ୍କର ସମ୍ମିଳିତ ଚେଷ୍ଟାର ପରିଣାମ, ଯେଉଁମାନେ ଏହି ପ୍ରସଙ୍ଗ ଗୁଡ଼ିକ ପଛରେ ବହୁତ ସମୟ ବିନିଯୋଗ କରିଥାନ୍ତି ।


ଗୋଟିଏ ପ୍ରସଙ୍ଗର କ୍ରମୋନ୍ନତିର ପର୍ଯ୍ୟବେକ୍ଷଣ[edit]

ଇତିହାସ ଦେଖିବେ ପୃଷ୍ଠାରେ, ପ୍ରତ୍ୟେକ ଧାଡ଼ି ପ୍ରସଙ୍ଗଟିର ଗୋଟିଏ ସଂସ୍କରଣକୁ ସୁଚିତ କରେ । ତାରିଖ ଉପରେ ଟିପି ସେହି ସଂସ୍କରଣଟିକୁ ଦେଖିପାରିବେ । ଆପଣ ଦେଖିବେ ପ୍ରତ୍ୟେକ ସଂସ୍କରଣ ଏହାକୁ ସମ୍ପାଦନ କରିଥିବା ବ୍ୟବହାରକାରୀଙ୍କ ସହ ଯୋଡ଼ିତ ।

ଆପଣ ଚାହୁଁଥିବା ଦୁଇଟି ସଂସ୍କରଣର ରେଡ଼ିଓ ବଟନକୁ ବାଛି ‘‘ବଛାହୋଇଥିବା ସଙ୍କଳନ ଗୁଡ଼ିକୁ ତଉଲିବେ’’ କୁ ଦବାଇ ଆପଣ ଦୁଇଟି ସଂସ୍କରଣ ମଧ୍ୟରେ ତୁଳନାତ୍ମକ ଅଧ୍ୟୟନ କରିପାରିବେ । ଆପଣ ଦୁଇଟି ସ୍ତମ୍ଭ ଦେଖିବାକୁ ପାଇବେ: ବାମପଟେ ପୁରୁଣା ସଂସ୍କରଣ ଓ ଡାହାଣ ପଟେ ନୂତନ ସଂସ୍କରଣ । ଦୁଇଟି ସଂସ୍କରଣ ମଧ୍ୟରେ ଥିବା ଫରକ ନାଲି ଅକ୍ଷରରେ ଦେଖାଯିବ । ଆପଣ ଏହି ବୈଶିଷ୍ଟ୍ୟକୁ ବ୍ୟବହାର କରି ଦୁଇଟି ସଂସ୍କରଣ ମଧ୍ୟରେ କଣ ଘଟିଛି - କେଉଁ ତଥ୍ୟ ଯୋଡ଼ାଯାଇଛି ଓ କେଉଁ ତଥ୍ୟ ବାଦ ଦିଆଯାଇଛି ଜାଣିପାରିବେ ୤

ଆଗ ସଙ୍କଳନ ସହିତ ତୁଳନା

ସମ୍ପାଦନାର ତାରିଖ ଓ ସମୟ ।

ଅବଦାନକାରୀଙ୍କର ବ୍ୟବହାରକାରୀ ନାମ କିମ୍ବା ଆଇପି ଠିକଣା

ସମ୍ପାଦକୀୟ ମନ୍ତବ୍ୟ ।

ଆପଣ ପୃଷ୍ଠା ଉପରେ ଥିବା ଇତିହାସ ଦେଖିବେ ବଟନ ଦବାଇ ପ୍ରତ୍ୟେକ ପ୍ରସଙ୍ଗର କିପରି କ୍ରମୋନ୍ନତି ହୋଇଛି ଜାଣିପାରିବେ । ସେଠାରେ ପ୍ରସଙ୍ଗଟିର ସମସ୍ତ ପୂର୍ବତନ ସଂସ୍କରଣ ଉପଲବ୍ଧ ।

ଆଗ ସଙ୍କଳନ

ନଗଦ ସଙ୍କଳନ


ଅବଦାନକାରୀମାନେ କିପରି ଉଇକିପେଡିଆକୁ ଉନ୍ନତମାନର କରିଥାନ୍ତି[edit]

ବହୁତ ଲୋକଙ୍କର ଧାରଣା ଅଛି ଯେ ଉଇକିପେଡିଆ କେବଳ ଏକ ଜ୍ଞାନକୋଷ, କିନ୍ତୁ ଏହା ଭିତରେ ଅନେକ କାର୍ଯ୍ୟ ହୋଇଥାଏ: ଉଇକିପେଡିଆରେ ହେଉଥିବା ବଦଳଗୁଡିକରୁ ପ୍ରାୟ ଅଧା ବଦଳ ପ୍ରସଙ୍ଗ ଛଡା ଅନ୍ୟ ପୃଷ୍ଠାଗୁଡିକରେ ହୋଇଥାଏ । ଅବଦାନକାରୀମାନେ ପ୍ରସଙ୍ଗଗୁଡିକର ଉନ୍ନତି, ଉତ୍ସଗୁଡିକର ମାନ ନିର୍ଣ୍ଣୟ ଇତ୍ୟାଦି ବିଷୟରେ ଆଲୋଚନା କରିଥାନ୍ତି ଏବଂ ସମ୍ପାଦକୀୟ ନୀତି ନିର୍ଦ୍ଧାରଣ କରନ୍ତି । ଯଦି ଆପଣ ଜାଣିଛନ୍ତି ଯେ କେଉଁଠି ଦେଖିବେ, ତେବେ ପ୍ରସଙ୍ଗଗୁଡିକ ଭଳି, ଏହି ପୃଷ୍ଠା ଏବଂ ଆଲୋଚନାଗୁଡିକ ଜନସାଧାରଣ ଅବଗତି ନିମନ୍ତେ ରଖାଯାଇଛି ।

ପ୍ରତ୍ୟେକ ପ୍ରସଙ୍ଗର ଏକ ଆଲୋଚନା ପୃଷ୍ଠା ଅଛି । ସମସ୍ତ ପ୍ରସଙ୍ଗର ଉପରେ "ଆଲୋଚନା" ବୋଲି ଏକ ଲିଙ୍କ ଅଛି । ଏହା ଉପରେ କ୍ଲିକ କରନ୍ତୁ ଏବଂ ଆପଣ ଜାଣିପାରିବେ ଯେ ସେହି ପ୍ରସଙ୍ଗ ଗଢିବା ବେଳେ କଣ କଣ ଆଲୋଚନା କରାଯାଇଛି । ବୋଧହୁଏ ଆପଣଙ୍କ ମନ ଭିତରେ ଥିବା କିଛି ପ୍ରଶ୍ନ ଆଗରୁ ଆଲୋଚନା କରାଯାଇଥିବ । ଯଦି ଆପଣଙ୍କର ଉକ୍ତ ପ୍ରସଙ୍ଗ ଉପରେ କିଛି ସନ୍ଦେହ ଅଛି ଏବଂ ଆପଣ ଏହାକୁ ସମାଧାନ କରିପାରୁନାହାନ୍ତି ତେବେ ସେହି ପ୍ରଶ୍ନଟିକୁ ଆଲୋଚନା ପୃଷ୍ଠାରେ ଲେଖି ଦିଅନ୍ତୁ । ଅଧିକାଂଶ ପ୍ରଶ୍ନର ଉତ୍ତର କିଛି ଦିନ ଭିତରେ ଦିଆଯାଇଥାଏ, ଯଦି ଆପଣଙ୍କ ପ୍ରଶ୍ନର ଉତ୍ତର ଗୋଟେ ସପ୍ତାହ ଭିତରେ ଦିଆଗଲାନାହିଁ ତେବେ ସବୁଠୁ ଭଲ ଉପାୟ ହେଉଛି ସେହି ପ୍ରସଙ୍ଗର ଅବଦାନକାରୀଙ୍କୁ ସିଧାସଳଖ ପଚାରିବା, କିମ୍ବା ଏକ ଜନସାଧାରଣ ଆଲୋଚନା ପୃଷ୍ଠାରେ ପଚାରିବା ।ଇତିହାସ ଉପରେ କ୍ଲିକ କରି ଦେଖନ୍ତୁ ଯେ କେଉଁ ବ୍ୟବହାରକରି ଏହି ପ୍ରସଙ୍ଗରେ ବହୁତ ଗୁଡିଏ ବଦଳ କରିଛନ୍ତି ଏବଂ ତାଙ୍କର ନିଜର ଆଲୋଚନା ପୃଷ୍ଠା ପାଇଁ ଥିବା ଲିଙ୍କ ଉପରେ କ୍ଲିକ କରନ୍ତୁ । ସେଠି ଆପଣ ସେହି ଅବଦାନକାରୀଙ୍କୁ ଉକ୍ତ ପ୍ରସଙ୍ଗ ପାଇଁ ଥିବା ପ୍ରଶ୍ନ ପଚାରିପାରିବେ ।

ପ୍ରସଙ୍ଗ ମାନ ନିର୍ଦ୍ଧାରଣ[edit]

ଉଇକିପେଡିଆରେ ପ୍ରସଙ୍ଗଗୁଡିକର ମାନ ବିଭିନ୍ନ ପ୍ରକାରର ଥାଏ; ଅଧିକାଂଶ ଭଲ ଥାଏ, କିନ୍ତୁ କିଛି ପ୍ରସଙ୍ଗ ପରିଷ୍କାର ନଥାଏ, କିମ୍ବା ଖରାପ ଭାଷା ଥାଏ କିମ୍ବା ବହୁତ ପୁରୁଣା ହୋଇଯାଇଥାଏ । ଇଂରାଜୀ ଭାଷାରେ ଥିବା ଉଇକିପେଡିଆରେ, ଏକ ପ୍ରକ୍ରିୟା ଅଛି ଯାହାଦ୍ୱାରା "ଭଲ ଲେଖା" ବା "ବଛା ଲେଖା" ନିର୍ଦ୍ଧାରଣ କରାଯାଇଥାଏ, କିନ୍ତୁ ଏହି ସାଇଟରେ ଥିବା ଅନେକ ପ୍ରସଙ୍ଗ, ଯଦିଓ ଭଲ ଭାବେ ଲେଖା ହୋଇଥାଏ ତଥାପି ଏହି ମାନ ପାଇ ନଥାଏ । ତେଣୁ, ଆପଣ କିପରି ଏକ ପ୍ରସଙ୍ଗର ମାନ ଶୀଘ୍ର ନିର୍ଦ୍ଧାରଣ କରିବେ ? ଦୁଇଟି ଉପାୟ ଅଛି:

  • ଭଲ ପ୍ରସଙ୍ଗର ଉପାଦାନଗୁଡିକୁ ପରଖ କରନ୍ତୁ
  • ଖରାପ ମାନର ସାଧାରଣ ଲକ୍ଷଣଗୁଡିକୁ ଦେଖନ୍ତୁ

ଉତ୍ତମ ପ୍ରସଙ୍ଗ ଗୁଡ଼ିକର ଉପାଦାନ[edit]

ସାଧାରଣତଃ ଭଲଭାବେ ଲେଖାହୋଇଥିବା ପ୍ରସଙ୍ଗ ଗୁଡିକରେ ପାଞ୍ଚଟି ଉପାଦାନ ନିହିତ ଥାଏ । ପ୍ରଥମେ ଉପକ୍ରମ ଯାହା ପ୍ରସଙ୍ଗଟି ବିଷୟରେ ଗୋଟିଏ ସମ୍ୟକ ଧାରଣା ଦେଇଥାଏ, ଗୋଟିଏ ଭଲ ଗଢ଼ଣ, ସମତୁଲ ଲେଖା, ନିରପେକ୍ଷ ବିଷୟବସ୍ତୁ ଓ ଭରସାଯୋଗ୍ୟ ଆଧାର ।

  • ଉପକ୍ରମ ଭାଗଟି ବୋଧଗମ୍ୟ ଓ ପ୍ରସଙ୍ଗଟିର ମୁଖ୍ୟ ଅଂଶ ଗୁଡ଼ିକୁ ସମ୍ୟକ ଭାବେ ଦର୍ଶାଇଥାଏ । ଉଦାହରଣ ସ୍ଵରୂପ ଗୋଟିଏ ଜୀବନୀ ଲେଖାର ଉପକ୍ରମ ଭାଗରେ ବ୍ୟକ୍ତି ଜଣକ କେଉଁଥିପାଇଁ ପ୍ରସିଦ୍ଧ ଓ ସେ କେଉଁଠାରେ ବସବାସ କରୁଥିଲେ ଉଲ୍ଲେଖ ଥିବ କିନ୍ତୁ ତାଙ୍କ ପିଲାଦିନ ବାବଦରେ ବିସ୍ତୃତ ବିବର଼ଣୀ ନ ଥିବ ଯାହାକି ଏକ ପରବର୍ତ୍ତୀ ଭାଗରେ ରହିବା ଅଧିକ ଉଚିତ ହେବ ।
  • ଗଢ଼ଣଟି ସୁସଂଜତ ହୋଇଥିବ । ପ୍ରସଙ୍ଗଟିରେ ଅନେକ ଶୀର୍ଷକ ଓ ଉପଶୀର୍ଷକ, ଚିତ୍ର ଓ ଦରକାର ଜାଗାରେ ନକ୍ସା ଏବଂ ଶେଷରେ ଦ୍ରଷ୍ଟବ୍ୟ ଓ ପାଦଟୀକା ରହିଥାଏ । ଅଧିକାଂଶ ପ୍ରସଙ୍ଗ

କାଳକ୍ରମ ଅନୁଯାୟୀ ବା ବିଷୟବସ୍ତୁ ଅନୁଯାୟୀ ଲେଖାଯାଇଥାଏ ।

  • ପ୍ରସଙ୍ଗଟିର ସମସ୍ତ ଦିଗ ସମତୁଲ ଥିବ । କୌଣସି ଦିଗ ପ୍ରସଙ୍ଗ ଅପେକ୍ଷା ଅଧିକ ଗୁରୁତ୍ଵ ବହନ କରୁନଥିବ ଓ ସମସ୍ତ ଦିଗ ବାବଦରେ ଲେଖାଯାଇଥିବ । ଗୁରୁତ୍ଵପୂର୍ଣ୍ଣ ଅଂଶଗୁଡ଼ିକ ବାବଦରେ ପ୍ରସଙ୍ଗଟିରେ ଅଧିକ ଲେଖାଯାଇଥିବ । ଉଦାହରଣ ସ୍ଵରୂପ ଗୋଟିଏ ବିରାଡ଼ି ପ୍ରଜାତି ବାବଦରେ ଲେଖାଯାଇଥିବା ପ୍ରସଙ୍ଗଟିରେ ପ୍ରଜାତିର ପ୍ରକୃତି ବାବଦରେ ବିସ୍ତୃତ ବିବରଣୀ ଥାଇ ଏହାର ଶାରିରୀକ ବୈଶିଷ୍ଠ୍ୟ ବାବଦରେ ଅତି ଅଳ୍ପ ବା କିଛି ଲେଖାଯାଇନଥିବା ସମତୁଲ ନଥିବା ସୁଚିତ କରିଥାଏ ।
  • ନିରେପେକ୍ଷ ଲେଖା । ପ୍ରସଙ୍ଗଗୁଡ଼ିକ କୌଣସି ପକ୍ଷପାତ ବିନା ଲେଖାଯିବା ଦରକାର; ଯେଉଁଠି ଅବଦାନକାରୀମାନଙ୍କ ମଧ୍ୟରେ ମତାନ୍ତର ଥିବ, ସେଠାରେ ବିଭିନ୍ନ ମତଗୁଡ଼ିକ ସମାନୁପାତିକ ଭାବେ ଉପସ୍ଥାପିତ ହେବା ଉଚିତ । ଉଭୟ ସପକ୍ଷ ଓ ବିପକ୍ଷ ମତ ଉପଲବ୍ଧ ଆଧାର ଅନୁସାରେ ରହିବା ଉଚିତ । ଭଲ ପ୍ରସଙ୍ଗ ଗୁଡ଼ିକରେ ତଥ୍ୟ ଉପରେ ଗୁରୁତ୍ଵ ଦିଆଯାଇ ନିରପେକ୍ଷ ଭାଷା ମଧ୍ୟ ବ୍ୟବହାର କରାଯାଇଥାଏ ।
  • ବିଶ୍ଵସଯୋଗ୍ୟ ସ୍ରୋତର ଅବଲମ୍ବନ ଗୁରୁତ୍ଵପୂର୍ଣ୍ଣ । ଭଲ ପ୍ରସଙ୍ଗଗୁଡ଼ିକର ତଳେ ପର୍ଯ୍ୟାପ୍ତ ପାଦଟୀକା ଥାଏ । ପ୍ରସଙ୍ଗଟିରେ ଯଦି ଆପଣ ଉଚ୍ଚକୋଟିର ପ୍ରକାଶନଗୁଡ଼ିକୁ ସଂଖ୍ୟାଧିକ ଲିଙ୍କ ଦେଖୁଛନ୍ତି ତେବେ ଏହା ଆପଣ ଏକ ଉଚ୍ଚକୋଟିର ଲେଖା ପଢୁଥିବାର ସଙ୍କେତ । ଚନ୍ଦ୍ର ବିଷୟକ ପ୍ରସଙ୍ଗଟିରେ ସୌଖିନ ମହାକାଶବିଜ୍ଞାନୀଙ୍କ ଡାଏରୀ ବଦଳରେ ନାସାର ୱେବସାଇଟକୁ ଲିଙ୍କ ଥିବା ଉଚିତ ୤

ଗୋଟିଏ ଖରାପ ପ୍ରସଙ୍ଗର ଉପାଦାନ ଗୁଡ଼ିକ କ'ଣ ?[edit]

ଖରାପ ମାନର ଲକ୍ଷଣଗୁଡିକ[edit]

ଯଦି ଗୋଟିଏ ପ୍ରସଙ୍ଗରେ ଦୁଇଟିରୁ ଅଧିକ ନିମ୍ନସୁଚିତ ସଙ୍କେତ ଥାଏ, ତେବେ ଆପଣ ଅନ୍ୟ ଭଲ ଲେଖା ଖୋଜିବା ଉଚିତ । (ତାପରେ ଉଇକିପିଡ଼ିଆ କୁ ଆସି ସେହି ଆଧାର ଗୁଡ଼ିକର ବ୍ୟବହାରରେ ପ୍ରସଙ୍ଗଟିର ମାନକୁ ଉନ୍ନତ କରିବେ!)

  • ପ୍ରସଙ୍ଗଟିର ଉପରେ ଏକ ସତର୍କ ପଟି ଥାଏ । ଅଧିକାଂଶ ସତର୍କ ପଟିରେ କେବଳ ସୁଚନା କିମ୍ବା ଅନୁରୋଧ ଥାଏ, ଯେପରିକି ଅତି ଛୋଟ ପ୍ରସଙ୍ଗଟିକୁ ବଡ଼ କରିବା ନିମନ୍ତେ ଅନୁରୋଧ । ଏହା ବେଳେ ବେଳେ ପ୍ରସଙ୍ଗଟିର ନିରପେକ୍ଷତା ବାବଦରେ ଅସମାହିତ ଦ୍ଵନ୍ଦ ଓ ଆଧାରର ଗୁଣବତ୍ତା ବାବଦରେ ମଧ୍ୟ ନିର୍ଦ୍ଦେଶିତ କରିଥାଏ ୤
  • ଉପକ୍ରମରେ ଅନେକ ଭାଷା ସମସ୍ୟା ଥାଏ । ଉପକ୍ରମର ସମସ୍ୟାଟି ସମଗ୍ର ପ୍ରସଙ୍ଗଟିରେ ଥିବା ସମସ୍ୟାଗୁଡ଼ିକୁ ସୁଚିତ କରିଥାଏ । ଅତି ଛୋଟ ଉପକ୍ରମଣିକା ପ୍ରସଙ୍ଗଟିର ମାମଗ୍ରିକ ଗଠନକୁ ଦୃଷ୍ଟିରେ ନ ରଖି ଗଠନ କରାଯାଇଥିବା ବାବଦରେ ସୁଚିତ କରିଥାଏ ୤
  • ଲେଖାଟିରେ ଆଧାରବିହୀନ ମତ ଓ ପକ୍ଷପାତୀ ମନ୍ତବ୍ୟ ଥାଏ, ଯେଉଁ ଗୁଡ଼ିକ ନିରପେକ୍ଷ ନଥାଏ ଏବଂ ସେସବୁ ହଟାଯିବା ଉଚିତ । ଉଦାହରଣ ସ୍ଵରୂପ "ସେ ସର୍ବଶ୍ରେଷ୍ଠ କଣ୍ଠଶିଳ୍ପୀ" ବଦଳରେ ଲେଖାଟିରେ "ଅନ୍ୟ ସମସ୍ତ କଣ୍ଠଶିଳ୍ପୀଙ୍କ ତୁଳନାରେ ସେ ସର୍ବାଧିକ ୧୪ଟି ପ୍ରସିଦ୍ଧ ଗୀତ ଗାୟନ କରିଛନ୍ତି" ଲେଖାଯିବା ଉଚିତ ୤
  • ପ୍ରସଙ୍ଗଟି "କିଛି", "ଅନେକ" ଓ ଅନ୍ୟ ‘ନାମହୀନ ଗୋଷ୍ଠୀ’କୁ ସୁଚିତ କରିଥାଏ । ଏପରି ମନ୍ତବ୍ୟ ଅତି ସାଧାରଣ ଏବଂ ଏସବୁ ନିର୍ଦ୍ଦିଷ୍ଠ ତଥ୍ୟ ଦ୍ଵାରା ବଦଳ କରାଯିବା ଉଚିତ ୤
  • ପ୍ରସଙ୍ଗଟିର କେତେକ ପକ୍ଷ ସୂଚୀ ଓ କଳେବରେରେ ନଥାଏ । ଉଦାହରଣ ସ୍ଵରୂପ ଗୋଟିଏ ଜୀବନୀ ପ୍ରସଙ୍ଗରେ ଛଡ଼ାଯାଇଥିବା ନାୟକଙ୍କ ଜୀବନର ଗୋଟିଏ ବୃହତ ସମୟ ଯାହା ସୁଚିତ କରିଥାଏ ଯେ, ଏହା ନାୟକଙ୍କ ଜୀବନର କିଛି ଗୁରୁତ୍ଵପୂର୍ଣ୍ଣ ତଥ୍ୟ ନିରୁଦ୍ଦିଷ୍ଟ ଥିବ ।
  • କେତେକ ଭାଗ ଗୁରୁତ୍ଵ ତୁଳନାରେ ମାତ୍ରାଧିକ ଲମ୍ବା ଥାଏ । ଉଦାହରଣ ସ୍ଵରୂପ ଗୋଟିଏ ଉଦ୍ୟୋଗ ବାବଦରେ ଲିଖିତ ଛୋଟ ପ୍ରସଙ୍ଗଟିଏରେ ଅଧିକ ଲମ୍ବା ସମାଲୋଚନା ଭାଗ ଯାହା ସୁଚିତ କରିଥାଏ ଯେ ପ୍ରସଙ୍ଗଟି ଉଦ୍ୟୋଗ ବିରୋଧି ମତ ଦ୍ଵାରା ପ୍ରଭାବିତ ୤
  • ପ୍ରସଙ୍ଗଟିରେ ସ୍ଵଳ୍ପ ସଂଖ୍ୟକ ଆଧାର ଥାଏ କିମ୍ବା ଅଧିକାଂଶ ଭାଗରେ ପାଦଟୀକା ନଥାଏ । ପ୍ରସଙ୍ଗଟି ଯଦି ସ୍ଵଳ୍ପ ସଂଖ୍ୟକ ଆଧାରରେ ରଚିତ ତେବେ ଏହା ହୁଏତ ସମ୍ପୂର୍ଣ୍ଣ ତଥ୍ୟ ବିନା ଲେଖାଯାଇଥିବ ।


. If the editors working on the article are not finding common ground, the article may be heavily biased in one direction, or may reflect too much detail about one the controversial aspect of its subject without sufficient attention to less controversial aspects.-->



ଖରାପ ମାନ ଥିବା ପ୍ରସଙ୍ଗଗୁଡିକର କଣ କରାଯାଇପାରିବ ?[edit]

ଯେତେବେଳେ ଆପଣ ଏକ ପ୍ରସଙ୍ଗରେ ଏକାଧିକ ଅସୁବିଧା ଦେଖିବେ ତେବେ କଣ କରିବେ ?

ଆପଣଙ୍କ ପାଖରେ ସମୟ କିମ୍ବା ପ୍ରସଙ୍ଗ ଜଡିତ ଜ୍ଞାନ ଥାଏ ତେବେ, ଦୟାକରି ଆପଣ ନିଜେ ସେହି ପ୍ରସଙ୍ଗର ଉପରେ ଥିବା "ବଦଳାଇବେ" ଉପରେ କ୍ଲିକ କରି, ଲେଖାଟିକୂ ବଦଳାଇ ଏବଂ "ସାଇତିବେ" ଉପରେ କ୍ଲିକ କରି ପ୍ରସଙ୍ଗତିରେ ଥିବା ଅସୁବିଧାର ସମାଧାନ କରିବାକୁ ଚେଷ୍ଟା କରନ୍ତୁ ।

୧) ଦେଖନ୍ତୁ ଅସୁବିଧାଟି ଅସ୍ଥାୟୀ କି, ଯେପରିକି କେହି ନିଜ ପ୍ରିୟ ଲୋକ ବିଷୟରେ ଥିବା କିଛି ତଥ୍ୟ ଲିଭାଉଛନ୍ତି କି । ଇତିହାସ ଉପରେ କ୍ଲିକ କରନ୍ତୁ ଏବଂ କିଛି ଶେଷ ବଦଳଗୁଡିକୁ ଦେଖନ୍ତୁ ।

୨) ଯଦି ଅସୁବିଧାଟି ପଛ ବଦଳଗୁଡିକରେରେ ଥାଏ ଆପଣ ପଛକୁ ଫେରନ୍ତୁ କ୍ଲିକ କରି ଅସୁବିଧାଟିକୁ ଠିକ କରିପାରିବେ । ଯଦି ଅସୁବିଧାଟି ବହୁତ ପୁରୁଣା ହୋଇଥାଏ କିମ୍ବା ଆପଣଙ୍କର ତା ସହ ଜଡିତ ଜ୍ଞାନ ନ ଥାଏ ତେବେ ଆଲୋଚନା ପୃଷ୍ଠାରେ ସେହି ଅସୁବିଧାଟିକୁ ବର୍ଣନା କରି ଏକ ମନ୍ତବ୍ୟ ଲେଖି ଦିଅନ୍ତୁ ।

୩) ଯଦି ଅସୁବିଧାଟି ଗୁରୁତର, ଯେମିତିକି ଏକ ବଞ୍ଚିଥିବା ବ୍ୟକ୍ତି ବିଶେଷଙ୍କ ବିଷୟରେ କୁମନ୍ତବ୍ୟ ଥାଏ, ତେବେ ବିନା ଦ୍ଵିଧାରେ ଅସୁବିଧା ଭାଗଟିକୁ କାଟି ଦିଅନ୍ତୁ । ନିଜ ଭାଷା ଶୁଦ୍ଧତା ବିଷୟରେ ଅବଗତ ରୁହନ୍ତୁ ଯେହେତୁ ଆପଣ ନିଜ ବିଷୟରେ, ନିଜ ଦେଶ ବିଷୟରେ, କିମ୍ବା ନିଜ ସଂସ୍ଥା ବିଷୟରେ କୌଣସି ପ୍ରସଙ୍ଗ ଉପରେ କାମ କରୁଛନ୍ତି ।ଏକ ଲେଖାରେ ଜଟିଳ ଭାଗଗୁଡିକ ସବୁବେଳେ ଠିକ ଥାଏ ମୁଖ୍ୟତଃ ଯେତେବଳେ ସେଥିରେ ସଠିକ ଉତ୍ସ ଦିଆଯାଇଥାଏ ।

ନିମ୍ନ ମାନର ଏକ ପ୍ରସଙ୍ଗ ଦେଖିଲେ ଏହାକୁ କିପରି ଉନ୍ନତ କରିବେ, ଅଧିକ ଜାଣିବା ପାଇଁ ଖୋଜିବା ବାକ୍ସରେ ଲେଖନ୍ତୁ "Wikipedia:Writing better articles"


[ପଛ ମଲାଟ][edit]

ଉଇକିପିଡ଼ିଆର ସଠିକତା କୁ ଆପଣ ବିଶ୍ଵାସ କରିବେ କି?

ଜଣେ ସାମ୍ବାଦିକ ବା ଛାତ୍ର ହିସାବରେ ଆପଣ ଭରସାଯୋଗ୍ୟତାର ଗୁରୁତ୍ଵ ବିଷୟରେ ଏକମତ ହେବେ । ଅନେକଙ୍କ ପାଇଁ ଉଇକିପିଡ଼ିଆର ବ୍ୟବହାର ଅନେକାଂଶର ମାନକ ଭଳି, କିନ୍ତୁ ଆପଣ ଗୁଣାତ୍ମକ ତଥ୍ୟ ପାଉଥିବା ବାବଦରେ କିପରି ନିଶ୍ଚିତ ହେବେ?

ଉଇକିପିଡ଼ିଆ ପ୍ରସଙ୍ଗର ମାନ ନିର୍ଣ୍ଣୟ ନିର୍ଦ୍ଦିଷ୍ଟ ସୋପାନ ଥିବା ଗୋଟିଏ ଆଧାର ନିର୍ଦ୍ଦେଶକ, ଏହା ବ୍ୟବହାର କରି ଉଇକିପିଡ଼ିଆ ବାବଦରେ ଓ ଉଇକିପିଡ଼ିଆରେ ଗୁଣବତ୍ତାପ୍ରଣାଳୀ କିପରି କାର୍ଯ୍ୟକରେ ଜାଣିପାରିବେ । ।

ଉଇକିମିଡ଼ିଆ ଫାଉଣ୍ଡେସନ ୧୪୯ ନ୍ୟୁ ମଣ୍ଟେଗୋମରୀ ଷ୍ଟ୍ରୀଟ, ତୃତୀୟ ମହଲା ସାନଫ୍ରାନସିସ୍କୋ, କାଲିଫର୍ଣ୍ଣିଆ, ୯୪୧୦୫, ଯୁକ୍ତରାଷ୍ଟ୍ର ଆମେରିକା ।

ଉଇକିମିଡ଼ିଆ ଫାଉଣ୍ଡେସନ ଏକ ଅଣଲାଭକାରୀ ଦାତବ୍ୟ ସଂସ୍ଥା ଯିଏ ଉଇକିପିଡ଼ିଆ ଓ ଅନ୍ୟାନ୍ୟ ମୁକ୍ତ ଵେବସାଇଟ ପରିଚାଳନା କରିଥାଏ ।

ଅଧିକ ପୁସ୍ତିକା: http://bookshelf.wikimedia.org